ବସ୍ତା/ଅଜିତ ସାହୁ : ଚର୍ଚ୍ଚାରେ ବସ୍ତା ଅବକାରୀ ଥାନାର ଭାର ପ୍ରାପ୍ତ ମହିଳା ଅଧିକାରିଣୀ ଗଙ୍ଗାମଣୀ ହେମ୍ବ୍ରମ। ଗୋଟିଏ ପଟେ ଖାକି ୟୁନିଫର୍ମ ପିନ୍ଧି କାଗଜ ପତ୍ର ରେ ସରକାରୀ ଡିଉଟି କରୁଥିବା ବେଳେ, ଅନ୍ୟ ପଟେ ପ୍ରିୟାପ୍ରୀତି ପୋଷଣ କରି ମଦ ବ୍ୟବସାୟୀ ଙ୍କୁ ସୁରକ୍ଷା ଦେବା ସହିତ ଘଣ୍ଟ ଘୋଡ଼ାଉଥିବା କଥା ବେସ ଚର୍ଚ୍ଚା ହେଉଛି। ପ୍ରାପ୍ତ ସୂଚନା ମୁତାବକ ବସ୍ତା ଅବକାରୀ ବିଭାଗ ପକ୍ଷରୁ ପୁରୁଷୋତ୍ତମ ପୁର ପଞ୍ଚାୟତ ରେ ଚଢାଉ କରି ୭୮ ଲିଟର ଦେଶୀ ମଦ ଜବତ କରିବା ସହିତ, ମାମଲାରେ ତିନିଜଣଙ୍କୁ ଗିରଫ କରି ପୃଥକ ପୃଥକ ତିନୋଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଏନେଇ ଗଣ ମାଧ୍ୟମ ପ୍ରତିନିଧି ପଚାରିବାରୁ ” ହଁ ସେମିତି କିଛି ହୋଇଛି, ତେବେ ଛାଡ଼ନ୍ତୁ ,ଘଟଣାରେ ସେମିତି କିଛି ନାହିଁ ବୋଲି”
ପ୍ରଥମେ ଅତି ହାଲକା ଓ ଦାୟିତ୍ଵହିନ ଭାବେ ଘଟଣାର କୌଣସି ଗୁରୁତ୍ଵ ନଥିବା ଭଳିଆ ମନ୍ତବ୍ୟ ଦେଇଥିଲେ। ତେବେ ବାରମ୍ବାର ଘଟଣା ବାବଦରେ ପଚାରିବା ପରେ ବାଧ୍ୟ ବାଧକତାରେ ବହୁ ବିଳମ୍ବରେ ସୂଚନା ଦେଇଥିଲେ। ସେହି ପରି ଯଦି କୌଣସି ବ୍ୟକ୍ତି ବେଆଇନ ଚୋରା ମଦ ବ୍ୟବସାୟ ବାଵଦରେ ଅଭିଯୋଗ କିମ୍ବା ସୂଚନା ଦିଅନ୍ତି ସେମାନଙ୍କୁ କଦର୍ଯ୍ୟ ବ୍ୟବହାର କରିବା ସହିତ, ବ୍ୟବସାୟୀଙ୍କୁ ଅଭିଯୋଗ ବାବଦରେ ଅବଗତ କରାଇଦିଅନ୍ତି ବୋଲି ସଙ୍ଗୀନ ଅଭିଯୋଗ ସାମ୍ନା କୁ ଆସିଛି । ଏନେଇ ଅବକାରୀ ଥାନା ଅଧିକାରୀଣୀ ଗଙ୍ଗା ମଣୀ ହେମ୍ବ୍ରମ ଙ୍କୁ ପଚାରି ବାରୁ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ଫୋନ୍ କାଟି ଦେଇଥିଲେ। ଯାହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ଡବଲ ରୁଲ୍ କରୁଥିବା ଅବକାରୀ ଅଧିକାରିଣିଙ୍କ ଦକ୍ଷତା ଓ ସ୍ୱଚ୍ଛତା କୁ ନେଇ ଅନେକ ସନ୍ଦେହ ଉପୁଜୁଛି। ଏଥି ପ୍ରତି ବିଭାଗୀୟ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ, ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।