ବିଦ୍ୟାଳୟର ସମସ୍ତ ସମସ୍ୟା ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପ ରାଜ ସାହୁ  ଗତ କାଲି  ଅଚାନକ ସୁବର୍ଣ୍ଣପୁର ଜିଲ୍ଲା ପାଠାଗାର ଗସ୍ତ କରିଥିଲେ । ଛାତ୍ରଛାତ୍ରୀଙ୍କ ମାନଙ୍କ ସହ ଆଲୋଚନା କରି ବିଭିନ୍ନ ସମସ୍ୟା ଗୁଡ଼ିକ ଉପରେ ପଚାରି  ବୁଝିଥିଲେ। ଜିଲ୍ଲା ପାଠାଗାର ପରିଚାଳନା ଉପଲବ୍ଧ ଅପଡେଟ ପୁସ୍ତକ, ପାଠାଗାରର କର୍ମଚାରୀ ସମସ୍ୟା, ନିୟମିତ ଦୈନିକ ଖବର କାଗଜ, ସାପ୍ତାହିକ, ପାକ୍ଷିକ ଓ ମାସିକ ପତ୍ରପତ୍ରିକା ଯୋଗାଣ ଓ ପାଠାଗାରର ଭିତ୍ତିଭୂମି ନିର୍ମାଣ ଉପରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଆଦେଶ କ୍ରମେ  ଜିଲ୍ଲା ପାଠାଗାର ସୁପରିଚାଳନା ପାଇଁ ସରକାରୀ  ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା କାର୍ଯ୍ୟାଳୟ ଆଦେଶ ସଂଖ୍ୟା.୪୩୫  ଅନୁଯାୟୀ ଗତ କାଲି ଅପରାହ୍ନ ରେ   ନୂତନ ଭାବେ ତୁରନ୍ତ ଜିଲ୍ଲା ପାଠାଗାର ପରିଚାଳନା କମିଟି ଗଠନ କରାଗଲା ଓ ସନ୍ଧ୍ୟା ୬ ଟା ରେ ଜିଲ୍ଲାପାଳ ଙ୍କ ମିନୀ ସଭା ଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲା ପାଠାଗାର ପରିଚାଳନା କମିଟିର ପ୍ରଥମ ବୈଠକ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।