ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ହେଉଛି ଜିଲ୍ଲା ପ୍ରଶାସନ

ଟାଙ୍ଗୀ / ରାକେଶ ଜଗଦେବ : ସାଧାରଣ ନିର୍ବାଚନ କୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଏବେ ଠାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । କିଭଳି କେଉଁ ଠାରେ କିଛି ତ୍ରୁଟି ରହିବ ନାହିଁ ତାହାକୁ ପ୍ରଶାସନ ଗୋଟି ଗୋଟି କରି ସମୀକ୍ଷା କରୁଛି । ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଟାଙ୍ଗୀ ଗସ୍ତରେ ଆସି ଟାଙ୍ଗୀ ର ବିଭିନ୍ନ ଭୋଟଦାନ କେନ୍ଦ୍ର ବୁଲି ବୁଲି ସମୀକ୍ଷା କରିଛନ୍ତି । ଟାଙ୍ଗୀ ର ବଳରାମ ଦେବ ବିଦ୍ୟାପୀଠ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଣଶ ପୁର ପ୍ରାଥମିକ ବିଦ୍ୟାଳୟ ଆଦି ଭୋଟଦାନ କେନ୍ଦ୍ର ବୁଲି ସେଗୁଡିକର ଭିତିଭୂମି ସମୀକ୍ଷା କରିଛନ୍ତି । ଏହାସହ ବିଦ୍ୟୁତ ସଂଯୋଗ, ଫ୍ୟାନ, ଟଏଲେଟ ଆଦି ତଦାରଖ କରିଛନ୍ତି । ଭୋଟଦାନ କେନ୍ଦ୍ର ଗୁଡିକ ପରିସର ସ୍ୱଚ୍ଛ ରହିଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ସହ ଟାଙ୍ଗୀ ବିଡ଼ିଓ ରେସ୍ମା ଟେଟେ ଟାଙ୍ଗୀ ଗ୍ରାମ ପଂଚାୟତ ସରପଞ୍ଚ କିଶୋର କୁମାର ବେହେରା ପ୍ରମୁଖ ସାମିଲ ହୋଇଥିଲେ ।