ମାଟ୍ରିକ୍ ପିଲାଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଗଣଶିକ୍ଷା ବିଭାଗ

ଭୁବନେଶ୍ୱର:  ଗଣଶିକ୍ଷା ବିଭାଗକୁ ମାଟ୍ରିକ୍ ପିଲାଙ୍କ ଚିନ୍ତା । ମାଟ୍ରିକ୍ ପିଲାଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ହାଇସ୍କୁଲ ଯେପରି ‘ଜିରୋ ଏଫ୍ ମିଶନ’ ତଥା ଶତ ପ୍ରତିଶତ ରେଜଲ୍ଟ କରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି । ସ୍କୁଲର ୫ ପ୍ରତିଶତ ପିଲା ଯେପରି ଏ-୧ ଗ୍ରେଡ୍ ହାସଲ କରନ୍ତି ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଥିବା ‘ସୁନିଶ୍ଚିତ’ କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାରେ ଲାଗୁ କରିବାକୁ ଓପେସା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି । ଯଦି ବ୍ଲକର କୌଣସି ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ ନକରନ୍ତି, ସେଥିପାଇଁ ବିଇଓ, ଏବିଇଓ, ପ୍ରଧାନଶିକ୍ଷକ, ସିଆରସିସି, ବିଷୟ ଭିତିକ ଶିକ୍ଷକ, ମେଣ୍ଟର ଶିକ୍ଷକ ଉତରଦାୟୀ ରହିବେ । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରୀ ନିଜକୁ କିପରି ପ୍ରସ୍ତୁତ କରିବେ, ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।ଗଣଶିକ୍ଷା ବିଭାଗର‘ଜିରୋ ଏଫ୍ ମିଶନ’

  • ଦିନକୁ ୧୦ରୁ ୧୪ ଘଂଟା ପଢିବା ସହ ୬ରୁ ୭ ଘଣ୍ଟା ଶୁଅନ୍ତୁ,
  • ବାକି ସମୟ ଅଲଗା କାମରେ ଲଗାଇବାକୁ ପରାମର୍ଶ
  • ରାତି ୧୦ଟାରୁ ଭୋର ୪ଟା କିମ୍ବା ରାତି ୧୧ଟାରୁ ଭୋର ୫ଟା ଯାଏଁ ଶୋଇବେ
  • ଉଠିବା ପରେ ଯୋଗ ବ୍ୟାୟାମ କରିବା ଦ୍ୱାରା ଏକାଗ୍ରତା ବଢିଥାଏ
  • ପରୀକ୍ଷା ସମୟରେ ବାହାର ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ
  • ସନ୍ତୁଳିତ ଓ ସୁଷମ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ
  • ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଅନ୍ତୁ
  • ଏହା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯିବ
  • ଦିନକୁ ୫ଟି ଅଧିବେଶନରେ ବିଭକ୍ତ କରି ପାଠ ପଢନ୍ତୁ
  • ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ଲେମ୍ବୁ ପାଣି ପିଉନ୍ତୁ
  • ଏହା ଦ୍ୱାର ଭଲ ନିଦ ହେଇଥାଏ, ପରଦିନ ମନ ଫୂର୍ତ୍ତି ରହିଥାଏ