(ଅଜିତ ସାହୁ / ଜଳେଶ୍ୱର): ବାଲିଆପାଳ -ଭୋଗରାଇକୁ ସଂଯୋଗ କରିବା ପାଇଁ ସୁବର୍ଣ୍ଣରେଖା ପନ୍ତେଇ ଫେରିଘାଟରେ ପୋଲ ନିର୍ମାଣ ହେବାକୁ ଯାଉଛି । ତେବେ କାର୍ୟ୍ୟାରମ୍ଭ ପୂର୍ବରୁ ଉଛେଦ କାର୍ୟ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ୟ୍ୟାୟରେ ବାଲିଆପାଳ ଜାମକୁଣ୍ଡା ଲକ ଠାରେ ପ୍ରାୟ ୧୫୦ ଦୋକାନକୁ ଭଙ୍ଗା ଯାଇଛି। ତେବେ ଆଇନ ଶୃଙ୍ଖଳାକୁ ଦୃଷ୍ଟି ରଖି ବାଲିଆପାଳ ତହସିଲଦାର ସମେତ ପୂର୍ତ୍ତି ବିଭାଗ ଅଧିକାରୀ ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ କ୍ଷତିଗ୍ରସ୍ତ ଦୋକାନୀ ସ୍ଥାନାନ୍ତର ଓ କ୍ଷତିପୂରଣ ଦାବିରେ ଧାରଣା ଦିଆଯାଇଥିଲା । ବାଲିଆପାଳ ତହସିଲଦାର ଓ ପୂର୍ତ୍ତବିଭାଗ ଅଧିକାରୀ ଆନ୍ଦୋଳନ କାରୀ ମାନଙ୍କ ସହିତ ଆଲୋଚନା କରିବା ସହିତ ଥଇଥାନ କରାଯିବାର ପ୍ରତିଶୃତି ପରେ ଆନ୍ଦୋଳନ ହଟିବା ସହ ଉଛେଦ କାର୍ୟ୍ୟ ଆରମ୍ଭ ହୋଇଥିଲା।