ଗୋପ(ଜୟନ୍ତ କୁମାର ସେଠୀ) ପୁରୀ ରେଲ ଷ୍ଟେସନର ନାମ ପୁରୀ ପରିବର୍ତ୍ତେ ଶ୍ରୀ ଜଗନ୍ନାଥ ଧାମ ପୁରୀ ନାମକରଣ କରାଯାଉ ବୋଲି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ଷ୍ଟେସନ ମ୍ୟାନେଜର ଙ୍କ ମାଧ୍ୟମରେ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିଶ୍ୱପ୍ରସିଦ୍ଧ ପୁରୀର ନାମକୁ ପରିବର୍ତ୍ତନ କରାଯାଇ ମହାପ୍ରଭୁଙ୍କ ନାମ ଯୋଡ଼ାଯାଇ ଶ୍ରୀ ଜଗନ୍ନାଥ ଧାମ ପୁରୀ କରାଯିବାକୁ ବହୁ ଦିନ ହେଲା ଦାବି ଓ ଆନ୍ଦୋଳନ କରାଯାଇ ଆସୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ନେତୃବୃନ୍ଦ ଓ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ବାରମ୍ବାର ଆଲୋଚନା କରାଯାଉଛି । ରେଳ ମନ୍ତ୍ରୀ ପ୍ରଧାନ ମନ୍ତ୍ରୀଙ୍କ ସହ ଆଲୋଚନା କରି ଏ ଦିଗରେ ଉଚିତ ପଦକ୍ଷେପ ନେଇ ନାମକରଣ କରନ୍ତୁ ବୋଲି ମଧ୍ୟ ଏହି ଦାବିପତ୍ର ରେ ଉଲେଖ କରାଯାଇଛି । ଇତିହାସରେ ପୁରୀ ଏକମାତ୍ର ଧାମ ବା ଧାର୍ମିକ କ୍ଷେତ୍ର ଯାହାର ନାମ ନୀଳାଚଳ, ଶ୍ରୀକ୍ଷେତ୍ର, ନୀଳାଦ୍ରି, ପୁରୁଷୋତମ କ୍ଷେତ୍ର, ବୈକୁଣ୍ଠପୁରି, କ୍ଷେତ୍ର ଇତ୍ୟାଦି ୪୨ଟି ନାମ ରହିଛି ଯାହାକି ବିଶ୍ୱରେ ଅନନ୍ୟ। ମାତ୍ର କେଵଳ ପୁରୀ ଶବ୍ଦର କୌଣସି ଇତିହାସ ନାହିଁ ତେଣୁ ବାହାର ରାଜ୍ୟର ଖାଲି ପୁରୀ କହିଲେ ଜାଣିପାରୁନାହାନ୍ତି ମାତ୍ର ଶ୍ରୀ ଜଗନ୍ନାଥ ଧାମ ପୁରୀ କହିଲେ ଜାଣିପାରନ୍ତେ । ତେଣୁ ଆମ ପ୍ରିୟ ପୁରୀ ସହର ନାମକୁ ମହାପ୍ରଭୁଙ୍କ ସହ ଯୋଡ଼ାଯାଇ ଶ୍ରୀ ଜଗନ୍ନାଥ ଧାମ ପୁରୀ କରାଯିବାକୁ ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମତପ୍ରକାଶ କରିଛନ୍ତି ।