ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ଆଲୋଚନା କଲେ ରାଗିଙ୍ଗ ମୁକ୍ତ କ୍ୟାମ୍ପସ ଅଭିଯାନ ୪ ଜଣିଆ ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର : ରାଗିଙ୍ଗ ମୁକ୍ତ କ୍ୟାମ୍ପସ ଅଭିଯାନର ଏକ ୪ ଜଣିଆ ପ୍ରତିନିଧି ମଣ୍ଡଳୀ (ତେଜେଶ୍ୱର ପରିଡ଼ା, ଆବାହକ, ମୀର ଅହମ୍ମଦ ଅଲ୍ଲୀ, ସହ ଆବାହକ, ନଳିନୀକାନ୍ତ ନାୟକ, ସହ ଆବାହକ ଓ ଶ୍ରୀୟା ମିଶ୍ର, ସଦସ୍ୟା) ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ପ୍ରାୟ କୋଡିଏ (୨0) ମିନିଟ ବିସ୍ତୃତ ଭାବେ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ରାଜ୍ୟରେ ବଢ଼ି ଚାଲିଥିବା ରାଗିଙ୍ଗ ଘଟଣା ବିଷୟରେ ଆଲୋଚନା କରିଛନ୍ତି ।

ଏହା ସହିତ ଏକ ୨ ପୃଷ୍ଠାର ପତ୍ର ସହ, ଗତ ୧୫ ମାର୍ଚ୍ଚ ୨୦୨୨ ଦିନ ରାଜ୍ୟ ମାନବାଧିକାର ଆୟୋଗ (OHRC)ଙ୍କୁ ପ୍ରଦାନ କରାଯାଇଥିବା ୩ ପୃଷ୍ଠାର ବିସ୍ତୃତ ରାଗିଙ୍ଗ ରୋକିବା ପାଇଁ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ପାଇଁ ସମସ୍ତ ପ୍ରସ୍ତାବ, OHRC ସେହିଦିନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହି ସମସ୍ତ ପ୍ରସ୍ତାବ ଗୁଡିକୁ ପଠାଇବା ସହ ତାଙ୍କ ଠାରୁ ଏସମ୍ପର୍କରେ ପ୍ରତିକ୍ରିୟା ବା ଉତ୍ତର ପାଇଁ ଦିଆଯାଇଥିବା ନିର୍ଦେଶ, ଜଷ୍ଟିସ ଅରିଜିତ ପଶାୟତଙ୍କ ଦ୍ୱାରା ୨୦୦୯ ମସିହାରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ବା ନିର୍ଦେଶ ପ୍ରଦାନ କରାଯାଇଥିଲା ।

ବିଜେବି କଲେଜ ରାଗିଙ୍ଗ ଜନିତ ମୃତ୍ୟୁ, ଭୀମଭୋଇ ମେଡିକାଲ କଲେଜ ରାଗିଙ୍ଗ ଜନିତ ମୃତ୍ୟୁ, ଗତକାଲି ଦେବଗଡ଼ ଜିଲ୍କା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ANM ଟ୍ରେନିଂ ସେଣ୍ଟରରେ ହୋଇଥିବା ଲିଖିତ ରାଗିଙ୍ଗ ଅଭିଯୋଗ, କାଲି ରାତିରେ OUAT ପରିସରରେ ବେଶିକ ସାଇନ୍ସ କଲେଜରେ ହୋଇଥିବା ରାଗିଙ୍ଗ ଅଭିଯୋଗ ବିଷୟରେ ଆଲୋଚନା ହୋଇଥିଲା । ଏହା ସହ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରତିବର୍ଷ ହେଉଥିବା ରାଗିଙ୍ଗ ଘଟଣା ବିଷୟରେ ସମ୍ମାନନୀୟ ରାଜ୍ୟପାଳ ମହୋଦୟଙ୍କୁ ଅବଗତ କରାଯାଇଥିଲା । ରାଗିଙ୍ଗ ମୁକ୍ତ କ୍ୟାମ୍ପସ ଅଭିଯାନ (RFCA) ଦ୍ୱାରା ସରକାରଙ୍କୁ ସମସ୍ତ ପ୍ରାୟ ୧୫ ମାସରୁ ଅଧିକ ସମୟ ପୂର୍ବରୁ ଦିଆଯାଇଥିବା ସମସ୍ତ ପ୍ରସ୍ତାବକୁ ନିଜେ ଅନୁଧ୍ୟାନ କରିବା କରିବା ସହ ଏହି ବିଷୟରେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ରାଗିଙ୍ଗ ଯୋଗୁ ଅନେକ କୋମଳମତି ଛାତ୍ରଛାତ୍ରୀ ଙ୍କର ଜୀବନ ଯିବା ଘଟଣାରେ ଆଲୋଚନା ସମୟରେ ସମ୍ପୂର୍ଣ୍ଣ ଦୁଃଖ ପ୍ରକାଶ କରିଛନ୍ତି ମାନ୍ୟବର ରାଜ୍ୟପାଳ ଓ ଏହା ସହ ଆଗକୁ ରାଗିଙ୍ଗ ରୋକିବା ପାଇଁ ସମାଜର ସବୁ ବର୍ଗର ଲୋକେ ସମ୍ମିଳିତ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ ।

ଓଡ଼ିଶାରେThe Prohibition of Ragging Act ଆଣିବା, ରାଜ୍ୟସ୍ତରୀୟ Anti-Ragging Task Force ଗଠନ, ରାଜ୍ୟରେ Anti-Ragging Help Line ନମ୍ବର ଆରମ୍ଭ କରିବା, ପ୍ରତି ହଷ୍ଟେଲ ବା କ୍ୟାମ୍ପସରେ ନିଶ୍ଚିତ ଭାବେ Warden ଙ୍କ ପାଇଁ ଆବାସ (Residence) ରହିବା, ଅଧିକ CCTV ଲଗାଇବା, ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦେଶ କଡ଼ାକଡ଼ି ଭାବେ ପାଳନ କରିବା ଇତ୍ୟାଦି ବିଭିନ୍ନ ବିଷୟରେ Ragging Free Campus Abhiyanର ଅନେକ ମାସ ପୂର୍ବରୁ ଦିଆଯାଇଥିବା ପ୍ରସ୍ତାବକୁ ମହାମହିମ ରାଜ୍ୟପାଳ ପ୍ରଶଂସା କରିବା ସହ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲା ଓ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଗିଙ୍ଗ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ RFCA, କୁ ମହାମହିମ ରାଜ୍ୟପାଳ ଉପଦେଶ ଦେଇଥିଲେ ।