ଝାନ୍ସି : ପ୍ରତିରକ୍ଷା ବାହିନୀରେ ସାମିଲ ହେବ ହାଲୁକା ଲଢୁଆ ହେଲିକେପ୍ଟର । ଖୁବଶୀଘ୍ର ଭାରତୀୟ ବାୟୁ ସେନାରେ ସାମିଲ ହେବ ଡିଆରଡିଓ ଏବଂ ବେଲ ମିଳିତ ଉଦ୍ୟମରେ ତିଆରି ହୋଇଥିବା ଲଢୁଆ ହେଲିକେପ୍ଟର । ଏହି ଲାଇଟ କମ୍ବାଟ ହେଲିକପ୍ଟରକୁ ସେନାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ହେଲିକପ୍ଟର । ଝାନସୀ ରାଷ୍ଟ୍ରରକ୍ଷା ସମର୍ପଣ ପର୍ବରେ ସେନାର୍ପିତ କରାଯାଇଛି । ଦୁଇ ଇଂଜିନ ବିଶିଷ୍ଟ ଏଲସିଏଚ ୫ହଜାର ମିଟର ଉପରେ ଅବତରଣ ସକ୍ଷମ ସହିତ ୧୫ରୁ ୧୬ ହଜାର ଫୁଟ ଉପରେ ଉଡ଼ାଣ କରିବାକୁ ସକ୍ଷମ ରଖିଛି । ଏହାସହ ମାଇନସ୍ ୫୦ ଡ଼ିଗ୍ରୀ ବରଫାବୃତ ଅଞ୍ଚଳ ଓ ୫୦ ଡ଼ିଗ୍ରୀ ଉତ୍ତପ୍ତ ମରୁଭୂମିରେ ଅବତରଣ କରିପାରିବ ଏଲସିଏଚ । ଆକାଶରୁ ଆକାଶ ଓ ଆକାଶରୁ ସ୍ଥଳକୁ ମିସାଇଲ ନିକ୍ଷେପ କରିପାରିବ ଏଲସିଏଚ ।