ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ

0

ଭୁବନେଶ୍ୱର: ତୃତୀୟ ଦିନରେ ବିଧାନ ସଭାର ଶୀତ କାଳିନ ଅଧିବେଶନ । ଆଜି ବି ଚାଲିପାରିଲାନି ଗୃହ କାର୍ଯ୍ୟ । ବିରୋଧିଙ୍କ ହଟଗୋଳ , ହୋହାଲା ରେ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିବା ପରେ ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ । ଗୃହ କୁ ଅଚଳ କରିବା ବିରୋଧୀଙ୍କ ନିତିଦିନିଆ ଅଭ୍ୟାସରେ ପରିଣତ ହେଲାଣି । ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧୀ ଏହି ପ୍ରସଙ୍ଗ ଉଠାଉଛନ୍ତି । ଅଧ୍ୟାଦେଶରେ ଯେଉଁ କଥା ରହିଛି ତାହା ବିଜେପି ଓ କଂଗ୍ରେସର ସଦସ୍ୟମାନେ ହିଁ ଦାବି ରଖିଥିଲେ । ସରକାର ସେ ଦିଗରେ ପଦକ୍ଷେପ ନେବା ପରେ ବିରୋଧୀ ପୁଣି ଓଲଟା କଥା କହୁଛନ୍ତି । ସବୁ ପରେ ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିଛି । ବିଜେପିକୁ ବିଜେଡି ପ୍ରଶ୍ନ କରୁଛି ଯେ, ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ, ଯେତେ ସବୁ ଭାଷା ଅଛି ତାକୁ ସମ୍ବିଧାନରେ ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ କାହିଁକି ବିଜେପି ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଉ ନାହିଁ । ତେଣୁ ଏଠି ବିଧାନସଭାକୁ ବନ୍ଦ କରିବା ଓ ରାଜଭବନ ଯାଏ ପଦଯାତ୍ରା କରି ଯିବା ଅପେକ୍ଷା ଦିଲ୍ଲୀ ଯାଇ ଏହି ପ୍ରସଙ୍ଗ ଉଠାନ୍ତୁ ।ଆଦିବାସୀଙ୍କୁ ହକ ମିଳୁ ।