ନୂଆଦିଲ୍ଲୀ: ଲିବ୍ୟାରେ ମୃତ୍ୟୁର ତାଣ୍ଡବ ରଚିଛି ପ୍ରଳୟଙ୍କାରି ଭୂମିକମ୍ପ ସଙ୍ଗକୁ ବନ୍ୟା । ପାଣିରେ ଭାସୁଛି କୁଢ କୁଢ ଶବ । ଏବେ ସୁଦ୍ଧା ୬ହଜାର ପାର ହେଲାଣି ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା ବଢି ୨୦ହଜାର ପାର ହୋଇ ପାରେ ବୋଲି ଅନୁମାନ କରାଯାଉଛି । କାରଣ ଏବେବି ୧୦ ହଜାରରୁ ଅଧିକ ଲୋକ ନିଖୋଜ ରହିଛନ୍ତି । ଚାରିଆଡେ ପଡି ରହିଛି ଶବ । ମୃତ ଦେହ ଚିହ୍ନଟ କରିବା କଷ୍ଟକର ହୋଇପଡୁଛି ।
ରବିବାର ରାତିରେ ଶକ୍ତିଶାଳୀ ବାତ୍ୟା ଡାନିଏଲ୍ ପରେ ବାଦଲ ଫଟା ବର୍ଶାରେ ଡେରନା ସହରର ଦୁଇଟି ଡ୍ୟାମ ଭୁଶୁଡିଯାଇଥିଲା। ଏହାର ତୀବ୍ର ପ୍ରଖର ସ୍ରୋତରେ ବହୁ ଅଟ୍ଟାଳିକା ଧୋଇ ନେଇଥିଲା । ଅନେକ ଲୋକ ଜଳସ୍ରୋତରେ ଭୂମଧ୍ୟ ସାଗରକୁ ଭାସିଯାଇଥିଲେ। ଏବେ ସମୁଦ୍ରକୂଳରୁ ଉଦ୍ଧାର ହେଉଛି ମୃତଦେହ। ଲିବ୍ୟାର ପୂର୍ବଭାଗ ସର୍ବାଧିକ ପ୍ରଭାବିତ ହୋଇଛି । ଡେର୍ଣ୍ଣା ସହର ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଥିବାରୁ ସହାୟତା ପହଞ୍ଚିପାରୁନି । ଏହା ସହ ରାଜନୈତିକ ସଙ୍କଟରେ ଯୁଝୁଥିବା ଦେଶକୁ ସହାୟତା କରିବାରେ ବାଧା ଉପୁଜୁଛି ।