ସଇଁତଳା ନିକଟ ଏନଏଚରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଠାବ

ବଲାଙ୍ଗିର : ସଇଁନ୍ତଲା ଥାନା ଜାତୀୟ ରାଜପଥ 26 ନମ୍ବର ହନୁମାନ ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ପଡି ରହିଛି l ହତ୍ୟା ନା ଦୁର୍ଘଟଣା କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ସଇଁନ୍ତଲା ଥାନା ଅଧିକାରୀ ଅବନି ସାହୁ ଘଟଣା ସ୍ଥଳରେ ପହଁଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି l

ବ୍ୟକ୍ତିଙ୍କ ଏକ ବଡ଼ ବ୍ୟାଗ ପଡି ରହିଥିଲା କିନ୍ତୁ କିଏ ଜଣେ ଧରି ଫେରାର ମାରିଛି l ବ୍ୟକ୍ତି ଜଣକ ଆମ୍ବପାଲି ଗାଁର ସରୋଜ ଗହୀର ବୋଲି ଜଣାପଡିଛି l ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି l