ଖମାର ଓଭର ବ୍ରିଜ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଅନୁଗୁଳ / ସୁଧାକର ସାହୁ : ଖମାର ଓଭର ବ୍ରିଜ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖମାର ଓଭର ବ୍ରିଜ ତଳେ ଜଣେ ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ଯୁବକଙ୍କ ବେକରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କେହି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।
ମିଳିଥିବା ଖବର ଅନୁସାରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖମାର ଗ୍ରାମ ଦେଇ ଯାଉଥିବା ନିର୍ମାଣଧିନ ରାଜପଥର ଓଭର ବ୍ରିଜ ତଳେ ଜଣେ ଯୁବକର ରକ୍ତାକ୍ତ ଅବସ୍ଥାରେ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ମୃତ ବ୍ୟକ୍ତିଙ୍କ ଘର ଛେଳିଆପଡ଼ା ଅଞ୍ଚଳର ସନ୍ତୋଷ କୁମାର ଭଞ୍ଜଙ୍କ ପୁଅ ଭବାନୀ କୁମାର ଭଞ୍ଜ (୨୭) ବୋଲି ଜଣା ପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଛି ବୋଲି ସନ୍ଧେହ କରାଯାଉଛି। ଘଟଣାର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କଲା ପରେ ସତ୍ୟାସତ୍ୟ ଜଣା ପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି।