ଗଞ୍ଜାମ / ରଜନୀକାନ୍ତ ପାତ୍ର: କାର ଭିତରେ ମୃତ ଦେହ । ହିଞ୍ଚିଳି ଥାନା ଅର୍ନ୍ତଗତ ସହାପୁର ଠାରେ ଘଟିଛି ଏଭଳି ଅଘଟଣ । ଜଣେ ବ୍ୟକ୍ତିଙ୍କ ମୃତ ଦେହ ତାଙ୍କ କାର ଭିତରୁ ମିଳିଛି । ତେବେ ମୃତ ଯୁବକ ଜଣଙ୍କ ହିଞ୍ଜିଳିକାଟୁ ରେଗିଡିଅଷ୍ଟମ ସାହିର ବିଦେଶୀ ଡାକୁଆ ବୋଲି (୪୪) ଜଣାପଡିଛି । ସୂଚନା ଅନୁଯାୟୀ , ଗତକାଲି ରାତିରେ କରା ଭିିତରେ ସୋଇଥିଲେ ସମ୍ପୃକ୍ତ ଯୁବକ । ଆଜି ତାଙ୍କର ମୃତଦେହ ଦେଖିବାକୁ ମିଳିଛି ।ତେବେ ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ଜୀବନ ଯାଇଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି । ପରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିବା କୁହାଯାଉଛି ।