ଟିଉସନ୍ ଫ’ ପାଇଁ ନାବାଳକକୁ ହତ୍ୟା ହୋଇଥିବା କହିଲେ ଡିସିପି

ଖୋର୍ଦ୍ଧା: ନାବାଳକଙ୍କୁ ଛୁରାମାଡ ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜୁରୀ ଗାଁରେ ଘରେ ପଶି ଛାତ୍ରକୁ ହତ୍ୟା କରିଛି ଦୁର୍ବୃତ୍ତ । ଏହି ଘଟଣା ନେଇ ପୋଲିସ ଜଣଙ୍କୁ ଗରିଫ କରି ପଚାରା ଉଚରା କରିବାରୁ ଟିଉସନ୍ ଫ’ ପାଇଁ ହତ୍ୟା କରିଥିବା କୁହାଯାଉଛି । ତେବେ ମୃତ ନାବାଳକ ହୋଲେ ବେଣାପଞ୍ଜରୀ ଗାଁର ମନୋରଞ୍ଜନ ପାଲଟାସିଂହଙ୍କ ପୁଅ ଶୁଭମ୍ ସ୍ବରୂପ (୧୪)। ଶୁଭମ୍ ଷଣ୍ଢପୁର ଆଦର୍ଶ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ର ଥିଲେ। ବାପା ମନୋରଞ୍ଜନ ଶିକ୍ଷକ ଚାକିରି କରିଛନ୍ତି। ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି।
ସୂଚନା ଅନୁଯାୟୀ, ଗତକାଲି ଶୁଭମ ଘରେ ବସି ପାଠ ପଢୁଥିବା ସମୟରେ ଘର ଲୋକ ଆପଟ ଘରେ ଥିବା ବେଳେ ଦୁର୍ବୃ ତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ । ପରେ ଶୁଭମ ଚିତ୍କାର କରିବାରୁ ପରିବାର ଲୋକେ ଆସି ଦେଖିବା ବେଳକୁ ବେଳକୁ ତାଙ୍କ ବେକ ଓ ପେଟକୁ ଛୁରା ମାଡ ହୋଇଥିବା ଦେଖି ତୁରନ୍ତ ହସ୍ପିଟାଲ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।