ଆଳିର ପୂର୍ବତନ ବିଧାୟକ ସ୍ୱର୍ଗତ ଦେବେନ୍ଦ୍ର ଶର୍ମାଙ୍କ 68 ତମ ଜନ୍ମ ଜୟନ୍ତୀ ଅବସରରେ ଦେବେନ୍ଦ୍ର ଶର୍ମା ସ୍ମୃତି କମିଟି ପକ୍ଷରୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ବିଦ୍ୟୁତ ଚାଳିତ ଅକ୍ସିଜେନ ମେସିନ ଯୋଗାଇ ଦିଆଯାଇଛି । ସ୍ୱର୍ଗତ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୂର୍ବରୁ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ । ବିଭିନ୍ନ ସମୟରେ ରୋଗୀ ମାନଙ୍କୁ ଅକ୍ସିଜେନ ଦେବାରେ ସମସ୍ୟା ଦେଖାଦେଉଥିବାରୁ ବାପାଙ୍କ ଜନ୍ମ ଦିନ ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଅକ୍ସିଜେନ ମେସିନ ପ୍ରଦାନ କରିଛନ୍ତି । ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡାକ୍ତର ଦେବସ୍ମିତା ଶର୍ମାଙ୍କୁ ପ୍ରଶଂସା କରାଯିବା ସହ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ।