ଧର୍ମଶାଳା: ଧର୍ମଶାଳା ବ୍ଲକ ରେ ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଛି I ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସୁଛି I ତରଞ୍ଜିଆ ପଞ୍ଚାୟତ ତରଞ୍ଜିଆ ବଡ ପୋଖରୀରେ ପଂଚାୟତରାଜ ଓ କ୍ଷୁଦ୍ର ଜଳସେଚନ ବିଭାଗ ପଖରୁ ଗୋଟିଏ କାମକୁ ଦୁଇ୨ ଥର କାର୍ଯ୍ୟ କରି ହରଡ ଘଣାରେ I ସେହିପରି ଗଙ୍ଗାଧରପୁର ପଂଚାୟତ ଇମାମନଗର ଗ୍ରାମରେ ସୁନାକାର ରାଉତ ଘରପାଖରୁ ଅକ୍ଷୟ ପାଳ ପର୍ଯ୍ୟନ୍ତ ହୋଇଥିବା ରାସ୍ତା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ଲୋକାୟୁକ୍ତ ଙ୍କ ନିକଟେ ହୋଇଥିଲା I ଲୋକାୟୁକ୍ତ ଙ୍କ ନିର୍ଦେଶରେ ଭିଜିଲାନ୍ସ ତଦନ୍ତ କରି ଦୁଇ ଦୁଇ ଟି ଦୁର୍ନୀତି ରେ ସମ୍ପୃକ୍ତ ଅଧିକାରୀ ଓ ସରପଞ୍ଚ ଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିଛି I ଯାହାକୁ ନେଇ ଆଜି ଲୋକାୟୁକ୍ତ ଙ୍କ ନିର୍ଦେଶ ରେ ଭିଜିଲାନ୍ସ DSP ସୁଶୀଲ ଏକ୍କା ଙ୍କ ତତ୍ୱାବଧାନରେ ସହକାରୀ ଯନ୍ତ୍ରୀ ପ୍ରଦୀପ ବେବର୍ତ୍ତା, ବି ପି ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଯତୀନ୍ଦ୍ର ସ୍ୱାଇଁ, କନିଷ୍ଟ ଯନ୍ତ୍ରି ପ୍ରଶାନ୍ତି ଗଡ଼ନାୟକ, GRS ଚିନ୍ମୟୀ କର, PEO ନିର୍ମଳ ପଣ୍ଡା ପୂର୍ବତନ ସରପଞ୍ଚ ରୀନା ମଲିକ ଉପସ୍ଥିତ ରେ ତଦନ୍ତ ଚଳାଇଛନ୍ତି I