ବାଲେଶ୍ୱର: ରେଳ ଧାରଣାରେ କଣ୍ଟେନର । ବାଲେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ବାମପଦା ନିକଟରେ ଘଟିଛି ଏହି ଦୁର୍ଘଟଣା । ଲୁହା ବଡ ଭାଙ୍ଗି ରେଳ ଟ୍ରକ ଉପରକୁ ଚଢି ଯାଇଛି କଣ୍ଟେନର । ସୂଚନା ଅନୁଯାୟୀ , ଏକ କାର ବୋଝଇ କଣ୍ଟେନର ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ବାମ୍ପଦା ନିକଟରେ ଏକ ଗାଡିକୁ ଧକ୍କା ଦେଇ ଭାରସାମ୍ୟ ହରାଇ ରେଳ ଟ୍ରାକ ଭିତରକୁ ମାଡି ଯାଇଥିଲା । ଏହି ସୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ କାର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ସେପଟେ ଟ୍ରାକ ଉପରୁ କଣ୍ଟେନରକୁ ଉଦ୍ଧାର କରାଯାଉଛି। ଜାତୀୟ ରାଜପଥ ଉପର ଦେଇ ରେଳ ଲାଇନ୍ ଯାଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ରେଳବାଇର ଏକ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।