ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ମରଣଯନ୍ତା ହେଉଛି ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟି । ଏଠାରେ ଦୈନିକ କିଛି ନା କିଛି ଦୁର୍ଘଟଣା ଓ ଅଘଟଣ ଘଟୁଛି । ଯେଉଁଥିପାଇଁ ବହୁ ମୂଲ୍ୟବାନ ଗାଡ଼ି ନଷ୍ଟ ହେବା ସହ ଅବାଧରେ ମୂଲ୍ୟବାନ ଜୀବନ ଚାଲି ଯାଉଛି । ସୂଚନାଯୋଗ୍ୟ ଆଜି ସକାଳ ଆଠ ଘଟିକା ସମୟରେ ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ କଲିକତାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ( NL 01A E 2784 ) କଣ୍ଟେନର ବାଙ୍ଗିରିପୋଷି ଘାଟି ଚଢୁଥିବା ସମୟରେ ଦୁଆରଶୁଣୀ ଘାଟିରେ ଇଂଜିନରେ କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଯାଇଥିଲା। ଡ଼୍ରାଇଭର ଓ ହେଲପର ଜାଣିପାରି ଗାଡିରୁ ଓହ୍ଲାଇ ପଡ଼ି ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ । ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦମକଳବାହିନୀ ଙ୍କୁ ଖବର ଦେଇଥିଲେ। ଖବରପାଇ ବାଙ୍ଗିରିପୋଷି ଓ ବିଶୋଇ ଦମକଳବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। କିଛି ସମୟ ଧରି ଏହି ରାସ୍ତା ଦେଇ ଗାଡ଼ି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ବେଳେ ପରେ ସ୍ବାଭାବିକ ହୋଇଥିବା ଜଣାପଡିଛି।