ସମ୍ବଲପୁର : କନଷ୍ଟେବଳଙ୍କୁ ହାଣି ପାପୁଲି ଛିଡାଇ ଦେଲା ଦୁର୍ବୃତ୍ତ । ଦମ୍ପତ୍ତିଙ୍କ ଝଗଡ଼ାର ସମାଧାନ କରିବାକୁ ଯାଇଥିବା ବେଳେ ପୋଲିସ ଉପରେ ଆକ୍ରମଣ । ଟାଙ୍ଗିଆ ଚୋଟରେ ଛିଣ୍ଡିଲା ପୋଲିସ ର୍କମଚାରୀଙ୍କ ପାପୁଲି । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲିରେ । ସୂଚନା ଅନୁଯାୟୀ, ସ୍ୱାମୀ ସ୍ତ୍ରୀ ଝଗଡ଼ାର ସମାଧାନ ପାଇଁ ବୁର୍ଲା ପିସିଆର ଝରପାଲି ଗାଁକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି। ପୋଲିସକୁ ଦେଖି ଉତ୍ତ୍ୟକ୍ତ ସ୍ୱାମୀ ହଠାତ ଟାଙ୍ଗିଆ ଦ୍ବାରା ପୋଲିସ ଉପରେ ଆକ୍ରମଣ କରିଥିଲା ।
ପୋଲିସ କନେଷ୍ଟବଳ ଜଣକ ନିଜକୁ ରକ୍ଷା କରିବାକୁ ଯାଇ ତାଙ୍କ ହାତକୁ ସମ୍ମୁଖକୁ ନେଇ ଆସିଥିଲେ । ଫଳରେ କନେଷ୍ଟବଳଙ୍କ ହାତରେ ଟାଙ୍ଗିଆ ବାଜି ପାପୁଲି କଟିଯାଇଥିଲା । ତୁରନ୍ତ ତାଙ୍କୁ ବୁର୍ଲା ଭୀମସାରରେ ର୍ଭତ୍ତି କରାଯାଇଛି । ଆକ୍ରମଣ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ରହିଛି ।