ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଦେଲେ ବିବାଦୀୟ ବୟାନ

ଭୁବନେଶ୍ୱର: ଆଉ କିଛି ଦିନ ପରେ ଦେଶ ପାଇବ ନୂଆ ରାଷ୍ଟ୍ରପତି । ଅନ୍ୟପଟେ କଂଗ୍ରେସ ନେତା ଅଜୟ କୁମାର ଏକ ବିବାଦୀୟ ବୟାନ ଦେିଛନ୍ତି । ସେ କହିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ ଏକ ଭାରତର ଅତ୍ୟନ୍ତ ଭୁଲ ବିଚାରଧାରାକୁ ପ୍ରତିନିଧିତ୍ୱ କରୁଛନ୍ତି , ଏବଂ ତାଙ୍କୁ ଆଦିବାସୀଙ୍କ ଆଇକନ କରାଯିବା ଉଚିତ ନୁହେଁ । ତାଙ୍କର ଏଭଳି ବୟାନ ପରେ ବିଜେପି ତୀବ୍ର ପ୍ରତିକ୍ରିୟା ରଖିଛି । କଂଗ୍ରେସ ଏଭଳି ବୟାନ ପାଇଁ ତୁରନ୍ତ କ୍ଷମା ପ୍ରାର୍ଥନା କରୁ ବୋଲି ବିଜେପି ଦାବି କରିଛି । କଂଗ୍ରେସ ନେତା ଅଜୟ କୁମାର ଏହା ମଧ୍ୟ କହିଛନ୍ତି ଯଶୱନ୍ତ ସିହ୍ନା ଜଣେ ଭଲ ପ୍ରାର୍ଥୀ । ଦ୍ରୋପଦୀ ମୁର୍ମୁଙ୍କର ପ୍ରକୃତି ମଧ୍ୟ ବହୁତ ଭଲ । କିନ୍ତୁ ସେ ଭୁଲ ବିଚାରଧାରାକୁ ପ୍ରତିନିଧିତ୍ୱ କରୁଛନ୍ତି । ଆମେ ଦ୍ରୌପଦୀ ମୁର୍ମୁଙ୍କୁ ଆଦିବାସୀଙ୍କ ପ୍ରତିକ କରିବା ଉଚିତ ନୁହେଁ । କଂଗ୍ରେସ ନେତା ଏହା ମଧ୍ୟ କହିଛନ୍ତି ମୋଦୀ ସରକାର କେବଳ ପ୍ରତୀକ ଦ୍ବାରା ଭାରତର ଲୋକଙ୍କୁ ବୋକା ବନାଉଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବର୍ତ୍ତମାନ ରାଷ୍ଟ୍ରପତି ଅଛନ୍ତି , କିନ୍ତୁ ସେ କ’ଣ କରିଛନ୍ତି । ଦେଶବ୍ୟାପୀ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଛି ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ସ୍ଥିତି ଅତ୍ୟନ୍ତ ଖରାପ । ହାଥରାସ ଘଟଣା ସମୟରେ ରାଷ୍ଟ୍ରପତି ପାଟି ଖୋଲିନଥିଲେ ବୋଲି ସେ କହିଛନ୍ତି । ତେବେ ବିଜେପି ଏହାର କଡ଼ା ଜବାବ ଦେଇଛି ।