ଡକାୟତି ଗ୍ୟାଙ୍ଗଙ୍କୁ ଗରଫ କରିବାରେ ସଫଳ ହୋଇଛି କମିସନରେଟ ପୋଲିସ

ଭୁବନେଶ୍ୱର: ଦିନକୁ ଦିନ ବଢିବାରେ ଲାଗିଛି ଚୋରି ରହାଜାନି । ସେହିପରି ଭୁବନେଶ୍ୱର ରୁ ପୁଣି ଧରା ହୋଇଛନ୍ତି ଡକାୟତି ଗ୍ୟାଙ୍ଗ । ଆଜି ବଡ ଡକାୟତ ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଗରଫ କରିବା ବେରେ ସଫଳ ହୋଇଛି କମିସନରେଟ ପୋଲିସ । ସେମାନଙ୍କ ଠାରୁ ଚୋରା ସାମଗ୍ରୀ କିଣୁଥିବା ଜଣେ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଏକ କିଲୋ ସୁନା, ଦେଢ କିଲୋ ରୂପା ଓ ନଗଦ ତିନି ଲକ୍ଷ ୨୫ ହଜାର ଟଙ୍କା ଜବତ ହୋଇଛି । ସୂଚନା ଅନୁଯାୟୀ, ଗିରଫ ତିନି ଡକାୟତ ଶୁଭ୍ରକାନ୍ତ ବେହେରା , ବିଶ୍ୱଜିତ ଦାସ, ମଧୁସୂଦନ ମହାନ୍ତି । ଗତ ୨ ମାସ ମଧ୍ୟରେ ଭୁବନେଶ୍ୱରରେ ୫ଟି ଡକାୟତି ମାମଲାରେ ସଂପୃକ୍ତ ଅଛନ୍ତି । ସେହିପରି ପୁରୀରେ ୩ଟି ଓ ଭଦ୍ରକରେ ଗୋଟିଏ ଡକାୟତି ମାମଲା ରହିଛି ।