ଦୁଇଗୋଷ୍ଠୀ ମଧ୍ୟର ଛକା ପଞ୍ଝା

ଆଠଗଡ଼: ଦୁଇଗୋଷ୍ଠୀ ମଧ୍ୟର ଛକା ପଞ୍ଝା । ଆଠଗଡ଼ ବ୍ଲକ କଣ୍ଡରେଇ ପଂଚାୟତ ମାଣିତ୍ରୀ ଗ୍ରାମରେ ଘଟିଛିଏଭଳି ଘଟଣା । ଭୋଟ୍ ପାଇଁ ଟଙ୍କା ବଣ୍ଟାକୁ କେନ୍ଦ୍ରକରି ଉତ୍ତେଜନା  । ପଞ୍ଚାୟତର ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ ।

ରବିବାର ବିଳମ୍ବିତ ରାତିରେ କିଛି ସମର୍ଥକ ମାଣିତ୍ରୀ ଗ୍ରାମରେ ଏକ କାର ଓ ବୋଲେରୋରେ ଆସି ଟଙ୍କା ବାଣ୍ଟୁଥିବା ବେଳେ ଗ୍ରାମବାସୀ ଦୁଇ ଯୁବକଙ୍କୁ ଧରି ମାଡ ମାରିଥିଲେ । ଏହାସହ କାର୍ ଏବଂ ବୋଲେରୋକୁ ଭାଙ୍ଗି ଦେଇଥିଲେ । ଘଟଣାସ୍ଥଳରେ ଖୁଣ୍ଟୁଣୀ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ନିକଟରୁ ଦୁଇ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା ଅଧିକ ତଦନ୍ତ ଜାରି ରଖିଛି ।