ଅଜିତ ଡୋଭାଲଙ୍କୁ ଭେଟିଲେ ସିଆଇଏ ମୁଖ୍ୟ

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସିଆଇଏର ମୁଖ୍ୟଙ୍କୁ ମଙ୍ଗଳବାର ଦିନ ଦିଲ୍ଲୀରେ ଭେଟିଛନ୍ତି । ଏହି ବୈଠକ ତାଲିବାନ ସରକାର ଗଠନ ପାଇଁ ଘୋଷଣା କରିବା ଦିନ ଅନୁଷ୍ଠିତ ହୋଇଯାଇଛି ।
ଜାତୀୟ ସୁରକ୍ଷା ଦୃଷ୍ଟିରୁ ବୈଠକରେ ହୋଇଥିବା ଆଲୋଚନା ବିଷୟର ସୂଚନା ମିଳିପାରିନାହିଁ । କିନ୍ତୁ ତାଲିବାନ ସରକାର ଗଠନ ପରେ ଦେଶର ସୁରକ୍ଷା ବିଷୟକୁ ପ୍ରାଥମିକାତା ଦିଆଯାଇଥିଲା ।
ତାଲିବାନ ସରକାର ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ଭାରତ ସହିତ ଅନ୍ୟାନ ଦେଶର ଅଧିକାରୀ ମାନଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା ।
ଏହି ବୈଠକରେ ଡୋଭାଲ ଜାମ୍ମୁ କଶ୍ମୀରକୁ ନେଇ ଚିନ୍ତା ପ୍ରକଟ କରିବା ଓ ତାଲିବାନ ଆଫଗାନିସ୍ତାରେ ସମ୍ପୁର୍ଣ୍ଣ ନିୟନ୍ତ୍ରଣ କରିବା ପରେ ପାକିସ୍ତାନର ପ୍ରୋରୋଚନାରେ ଜାମ୍ମୁ କଶ୍ମୀରରେ ଆତଙ୍କୀ ଗତିବିଧିକୁ ରୋକିବା ପାଇଁ ଆଲୋଚନା ହେବା ନେଇ ଅନୁମାନ କରାଯାଉଛି ।