ଭୁବନେଶ୍ୱର: ଜନ୍ମମାଟିକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ନିଜ ଘରେ ପହଞ୍ଚି ଥିଲେ ମୋହନ ମାଝୀ । ଦୁଇଦିନିଆ କେନ୍ଦୁଝର ଗସ୍ତର ଆଜି ଶେଷ ଦିନରେ ନିଜ ଗାଁ ରାଇକଳାରେ ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଗାଁ ଲୋକ , ଆତ୍ମୀୟସ୍ୱଜନ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଖୁସିରେ ଆତ୍ମହରା ହୋଇପଡିଥିଲେ । ଏହାରି ଭିତରେ ନିଜ ମା’ଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ମା’ଙ୍କୁ ଭେଟିବା ବେଳେ ସାଷ୍ଟ୍ରାଙ୍ଗ ପ୍ରମାଣ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ମଧ୍ୟାହ୍ନ ଭୋଜନରେ ମା’ଙ୍କ ହାତରୁ ଖାଇଥିଲେ ପଖାଳ । ସତରେ ମା’ ହାତର ଖାଇବା କେତେ ସୁଆଦିଆ ।