ଜନସେବାର ୨୬ ବର୍ଷ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ୧ ଜୁନ୍ ୧୯୯୭ରେ ଆସ୍କା ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇ ଆରମ୍ଭ କରିଥିଲେ ରାଜନୈତିକ ଯାତ୍ରା

ଗଞ୍ଜାମ:ଜନସେବାରେ ୨୬ ବର୍ଷ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧ ଜୁନ୍ ୧୯୯୭ରେ ଆସ୍କା ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇ ଆରମ୍ଭ କରିଥିଲେ ରାଜନୈତିକ ଯାତ୍ରା। ଅପରିଚିତରୁ ଅପରାଜେୟ, ଏହି ଅବଧିରେ ଓଡିଶାବାସୀ ଦେଇଛନ୍ତି ଅଜସ୍ର ଭଲପାଇବା ଓ ଆଶୀର୍ବାଦ। ଲକ୍ଷ୍ୟପଥରୁ କେବେ ହଟିନାହାନ୍ତି, କର୍ତ୍ତବ୍ୟପଥ ହୁଡିନାହାନ୍ତି। ରାଜ୍ୟ ତଥା ରାଜ୍ୟବାସୀଙ୍କ ପାଇଁ ସେ ସଦା କାର୍ୟ୍ୟରତ।ଆଜକୁ ଠିକ ୨୬ ବର୍ଷ ତଳେ ରାଜନୀତି ମୈଦାନ ରେ ପାଦ ଥାପିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବାପା ବିଜୁ ପଟ୍ଟନାୟକ ଙ୍କ ଦେହାନ୍ତ ପରେ ଆସ୍କା ଉପ ନିର୍ବାଚନ ରେ ଆସ୍କା ରୁ ଲୋକସଭା ପାର୍ଥି ହୋଇ ରାଜନୀତି କୁ ଆସିଥିଲେ ଅପରାଜୟ ନବୀନ ପଟ୍ଟନାୟକ ।