ନୂଆ ରେଳଲାଇନ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ । ପୁରୀ-କୋଣାର୍କ ନୂଆ ରେଳ ଲାଇନ ପାଇଁ ଦାବି କରିଛନ୍ତି । ରାଜ୍ୟର ଦୁଇ ଜଣାଶୁଣା ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରିବ।  ପୁରୀରେ ହେଉ ଅନ୍ତର୍ଜାତୀୟ ବିମାନ ବନ୍ଦର । ଏହି ଅବସରରେପୁରୀରୁ ସମ୍ବଲପୁର ଦେଇ ରାଉରକେଲା ଚାଲୁ ବନ୍ଦେ ଭାରତ । ସେହିପରି ଭୁବନେଶ୍ୱରରୁ ହାଇଦ୍ରାବାଦ ବନ୍ଦେ ଭାରତ ଟ୍ରେନ ଚଳାଚଳ ଦାବି କରିଛନ୍ତି । ଏହାଦ୍ବାରା ଏସବୁ ସହର ମଧ୍ୟରେ ଶୀଘ୍ର ଯାତ୍ରା କରିପାରିବେ ଯାତ୍ରୀ। ଏଥିସହ ଅନୁଗୁଳ- ସୁକିନ୍ଦା ଏବଂ ହରିଦାସପୁର-ପାରାଦୀପ ଲାଇନରେ ଶୀଘ୍ର ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।