୨୪ତମ ପ୍ରତିଷ୍ଠା ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଦିବସ ଅବସରରେ ମଦନପୁର ସଂସ୍କୃତି ବିହାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏକା ଥରକରେ ନବନିର୍ମିତ ୩ଟି ଏକାଡେମୀ ବ୍ଲକ ଉଦଘାଟନ କରିବା ସହ ଭାସ୍କର୍ୟ୍ୟ ଉଦ୍ୟାନ ମଧ୍ୟ କରିଛନ୍ତି ଅନ୍ୟପଟେ ରାଜ୍ୟ ସଂଗ୍ରହାଳୟର ଦୁଇଟି କଫି ଟେବୁଲ୍ ବୁକ୍ ଉନ୍ମୋଚନ କରିଛନ୍ତି ନବୀନ । ଚିତ୍ରକଳା ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ର କଳା ଫଟୋ ପ୍ରଦର୍ଶନୀ ମଧ୍ୟ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।