ସୁଭଦ୍ରା ଯୋଜନାର ନିୟମାବଳୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ।  ସୁଭଦ୍ରା ଯୋଜନା ର ନିୟମାବଳୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଶୁଭଦ୍ରା ଯୋଜନା ର ନିୟମାବଳୀ କୁ କ୍ୟାବିନେଟ ର ଅନୁମୋଦନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।  ୨୧ ବର୍ଷ ରୁଉଦ୍ଧ୍ୱର୍ I  ୬୦ ବର୍ଷ ରୁ କମ ବୟସ ମଧ୍ୟର ମହିଳା ଙ୍କୁ ମିଳିବ ଟଙ୍କା । ଡିବିଟି ମାଧ୍ୟମରେ ମହିଳା ଙ୍କ ଆକାଉଣ୍ଟ କୁ ଯିବ ଟଙ୍କା । ଏକ କୋଟି ରୁ ଅଧିକ ମହିଳା ଏହା ଦ୍ୱାରା ଲାଭବାନ ହେବେ । ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସ ରେ ମହିଳା ଙ୍କ ଆଉଣ୍ଟ କୁ ଯିବ ୫ ହଜାର ଟଙ୍କା । ୫ ବର୍ଷ ରେ ମହିଳା ମାନଙ୍କ ଆକାଉଣ୍ଟ କୁ ଯିବ ଟଙ୍କା । ସୁଭଦ୍ରା ଡେବିଟି କାର୍ଡ ରେ ଯିବ ଟଙ୍କା । କଲ ସେଣ୍ଟର ଖୋଲା ଯିବ । ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ଜନସେବା କେନ୍ଦ୍ର ରେ ଆବେଦନ କରି ପାରିବେ ମହିଳା ମାନେ । ଶୁଭଦ୍ରା ଯୋଜନା ର ଡେବିଟ କାର୍ଡ କୁ ଯେଉଁ ହିତାଧିକାରୀ ଅଧିକ ଡ଼ିଜିଟାଲ ମାଧ୍ୟମରେ ବ୍ୟବହାର କରିବେ ସେମାନଙ୍କୁ ପୁରସ୍କୃତ କରାଯିବ । ପ୍ରତି ପଂଚାୟତ ର ୧୦୦ ଜଣ ଏଭଳି ହିତାଧିକାରୀ ଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କାଲ ମୁଖ୍ୟମନ୍ତ୍ରୀ ।