ବିଜେପି ଶାସିତ ରାଜ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ:  ଆଜି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ବିଜେପି ଶାସିତ ରାଜ୍ୟ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାରେ କେନ୍ଦ୍ର ସରକାର ବିଫଳ ହେଉଥିବାରୁ ଏହାକୁ ନେଇ ସୁପ୍ରିମ କୋର୍ଟ ଭର୍ତ୍ସନା କରିଛନ୍ତି । ପୂର୍ବାଞ୍ଚଳ ରାଜ୍ୟ ନାଗାଲ୍ୟାଣ୍ଡରେ ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ ।

ସୁପିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି କି, ରାଜ୍ୟରେ କାହିଁକି ମହିଳାମାନଙ୍କ ପାଇଁ ସଂରକ୍ଷଣ ଲାଗୁ କରାଯାଉନାହିଁ । କେନ୍ଦ୍ର ସରକାର ବିଜେପି ଶାସିତ ରାଜ୍ୟ ସରକାରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ସୁପ୍ରିମକୋର୍ଟ କହିଛନ୍ତି କି, ଅନ୍ୟ ରାଜ୍ୟ ସରକାରଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ନିଆଯାଉଛି ଯେଉଁମାନେ ଆପଣଙ୍କ ପ୍ରତି ଉତ୍ତରଦାୟୀ ନୁହନ୍ତି । ହେଲେ ଯେଉଁ ରାଜ୍ୟରେ ଆପଣଙ୍କ ପାର୍ଟିର ସରକାର ରହିଛି ତାହା ଉପରେ ଆପଣ କାହିଁକି କାର୍ୟ୍ୟାନୁଷ୍ଠାନ ନେଉ ନାହାନ୍ତି ।

ବିଚାରପତି ଜଷ୍ଟିସ କୋଲ ପଚାରିଛନ୍ତି କି, ମହିଳାମାନଙ୍କୁ ସଂରକ୍ଷଣ ଦେବା ବିରୋଧରେ କୌଣସି ପ୍ରାବଧାନ ରହିଛି କି । ଯେତେବେଳେ ସମାଜର ସବୁକ୍ଷେତ୍ରରେ ମହିଳାମାନେ ସମାନ ରୂପରେ ସାମିଲ ହେଉଛନ୍ତି ତେବେ ବିଜେପି ଶାସିତ ରାଜ୍ୟମାନଙ୍କରେ ମହିଳାଙ୍କ ଭାଗିଦାରୀକୁ କାହିଁକି ବିରୋଧ କରାଯାଉଛି । ଏହାର ଜବାବରେ ଆଟର୍ନୀ ଜେନରାଲ (ନାଗାଲ୍ୟାଣ୍ଡ) କହିଛନ୍ତି କି ରାଜ୍ୟରେ ଏଭଳି କିଛି ମହିଳା ସଂଗଠନ ରହିଛନ୍ତି ଯେଉଁମାନଙ୍କ ସଂଖ୍ୟା ବହୁତ ଅଧିକ ସେମାନେ ମହିଳାମାନଙ୍କୁ ସଂରକ୍ଷଣ ଦେବା ବିରୋଧରେ ମତ ଦେଉଛନ୍ତି ।