ପୋଲିସ ହାତରେ ଗୋରୁ ଚାଲାଣ କଣ୍ଟେନର

ପାଟଣା(ରିପୋର୍ଟର୍ସ ଟୁଡେ): ରାଜ୍ୟରେ ବଢିଚାଲିଛି ବେଆଇନ ଗୋରୁ ଚାଲାଣ । ଅତି ଦୟନୀୟ ଭାବରେ ଗୋରୁମାନଙ୍କୁ ଗାଡିରେ ଚାଲାଣ କରାଯାଉଥିବା ବେଳେ ଏକ କଣ୍ଟେନରକୁ ପୋଲିସ ଜବତ କରିଛି । ଏଥିସହ ଗାଡି ଭିତରୁ ଚାଲାଣ ହେଉଥିବା ୨୦ରୁ ଅଧିକ ଗୋରୁଙ୍କୁ ମଧ୍ୟ ଉଦ୍ଧାର କରିଛି ତୁରୁମୁଙ୍ଗା ପୋଲିସ । କଣ୍ଟେନରରେ ବେଆଇନ ଗୋରୁ ଚାଲାଣ ହେଉଥିବା ବେଳେ ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରୁ ଏହି କଣ୍ଟେନରକୁ ତୁରୁମୁଙ୍ଗା ପୋଲିସ ଜବତ କରିଛି । ଚାଲାଣରେ ସମ୍ପୃକ୍ତ ୨ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ତେବେ ଏହି ଗୋରୁମାନଙ୍କୁ ଅମାନୁଷିକ ଭାବେ ବରଗଡରୁ କୋଲକାତାକୁ ଚାଲାଣ ହେଉଥିବା ଜଣାଯାଇଛି । ଗିରଫ ହୋଇଥିବା ଦୁଇଜଣ ହେଉଛନ୍ତି ବରଗଡ ଅତାବରା ଥାନା ଜାଙ୍ଗିଡ ଗାଁର ଗଣେଶ କୁମାର ଏବଂ କୋଲକାତା ହାୱଡା ଥାନା ଉଲବେରିଆ ଗାଁର ଆଶିଷ ଶେଖ ।