ସମ୍ବିତ ପାତ୍ରଙ୍କ ନାମରେ ରୁଜୁ ହେବ ମାମଲା

ନୂଆଦିଲ୍ଲୀ : ସମ୍ବିତ ପାତ୍ରାଙ୍କ ନାମରେ ରୁଜୁ ହେବ ମାମଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନକଲି ଭିଡିଓ ସମ୍ୱିତ ପାତ୍ର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ମାମଲାରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ । ଚଳିତ ବର୍ଷ ଜାନୁଆରୀ ମାସରେ ଆମ ଆଦମୀ ପାର୍ଟି ଭାରତୀୟ ଜନତା ପାର୍ଟି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନକଲି ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯିବା ନେଇ ଦିଲ୍ଲୀ ପୋଲିସଙ୍କ ନିକଟରେ ଅଭିଯୋଗ ଦାୟର କରିଥିଲେ ।
ଏହି ମାମଲାରେ ସମ୍ୱିତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦିଲ୍ଲୀ ପୋଲିସ ନିକଟରେ ଦାବି କରିଥିଲେ । ଏହି ବିବାଦୀୟ ଭିଡିଓକୁ ସମ୍ୱିତ ପାତ୍ର ୩୦ ଜାନୁଆରୀରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ । ଏହି ଭିଡିଓରେ ଏକ ସାକ୍ଷାତକାରର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅରବିନ୍ଦ କେଜ୍ରିଓ୍ୱାଲ ବିବାଦୀୟ କୃଷି ଆଇନର ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ଏହି ବିବାଦୀୟ ୩ କୃଷି ବିଲକୁ କ୍ରାନ୍ତିକାରୀ ବୋଲି କହିଥିଲେ ।