ପାରାଦୀପ: ଗଛରେ ଝୁଲୁଛି ମୃତଦେହ । ପାରାଦୀପ ଷଣ୍ଡକୁଦ ଜଙ୍ଗଲ ବିଟ ହାଉସ ନିକଟରେ ସନ୍ଦେହ ଜନକ ଭାବରେ ଗଛରେ ଜଣଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ଝୁଲୁଥିବା ମୃତଦେହଟି ଜଣେ ଅଟୋ ଚାଳକଙ୍କ ହୋଇଥିବାବେଳେ ତାଙ୍କ ନାମ କୈଳାଶ ପରିଡା । ସେ ବୃନ୍ଦାବନ କଲୋନୀ ଏକ ନମ୍ବରରେ ରୁହନ୍ତି ବୋଲି ସୂଚନା ମିଳିଛି ।ରାସ୍ତା ପାଶ୍ୱର୍ରେ ଅଟୋଟି ଓଲଟି ପଡି ରହିଥିବାବେଳେ, ରାସ୍ତାରୁ ପାଖାପାଖି ୨୦୦ ମିଟର ଦୂରରେ ଏକ ଝାଉଁ ଗଛରେ କୈଳାଶଙ୍କ ଝୁଲୁଥିବା ଦେଖିବାକୁ ମିଳିଛି ।
ତେବେ ଅନ୍ୟପଟେ ମୃତ୍ୟୁ ବରଣ କରିଥିବା କୈଳାଶଙ୍କ ପୁଅଙ୍କ କହିବା ଅନୁଯାୟୀ ଜମିବାଡି ବିବାଦ ନେଇ ପାରିବାରିକ ଅସନ୍ତୋଷ ଲାଗି ରହିଥିବା କାରଣରୁ ବାପା ଆତ୍ମହତ୍ୟା କରିଥାଇପାରନ୍ତି । ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ସ୍ପଷ୍ଟ ହେବ । ତେବେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।