୩୦ ଫୁଟ ତଳକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବ୍ରହ୍ମପୁର: ୩୦ ଫୁଟ ତଳକୁ ଖସିଲା କାର । ଦୁର୍ଘଟଣାରେ କାର ଗୁଣ୍ଡ କିନ୍ତୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭରଙ୍କ ସହ ୪ ମହିଳା ଆହତ । ବ୍ରହ୍ମପୁର ସହରର ଚାରି ଜଣ ମହିଳାଙ୍କ ସମେତ ଡ୍ରାଇଭର ଏକ କାର ଯୋଗେ ମହେନ୍ଦ୍ରଗିରି ବୁଲିବାକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଭାରସାମ୍ୟ ହରାଇ କାରଟି ୩୦ ଫୁଟ ପାହାଡ଼ ତଳକୁ ଖସି ପଡିଥିଲା । ଫଳରେ କାରରେ ଥିବା ସମସ୍ତେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।