ଭୁବନେଶ୍ୱର : ଏଣିକି ପ୍ରକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ କରିବ ସିଏଜି । ଖଣି ଗୁଡିକରେ କେତେ ପ୍ରାକୃତିକ ସମ୍ପତ୍ତି ରହିଛି ଓ ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି ତାହାକୁ ସିଏଜି ଅଡିଟ କରିବ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ କୋଟି କୋଟି ଟଙ୍କା ଆବଂଟନ କରୁଛି । ଏବଂ ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି ତାହାକୁ ଅଡିଟ କରିବ ସିଏଜି । ଏନେଇ ଆଜି ଭୁ ବନେଶ୍ୱରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟଳୟ ଉଦଘାଟନ ଅବସରରେ ସୂଚନା ଦେଇଛନ୍ତି ଗିରିଶ ଚନ୍ଦ୍ର ମୁର୍ମୁ ।