ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବସ୍

ବ୍ୟୁରୋ: ଘାଟିରେ ଓଲଟିଲା ବସ୍ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଚନ୍ଦାହାଣ୍ଡି ଘାଟିରେ । ଭାରସାମ୍ୟ ହରାଇ ଓଲଟିଛି ବସ୍ । ତେବେ ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ଯୋଗଦେବାକୁ ଯାଉଥିଲାବେଳେ ଦୁର୍ଘଟଣା ଘଟିଛି। ଆଉ ବସରେ ଯାତ୍ରା କରୁଥିବା ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଏବଂ ଜଣେ ପିଇଟି ଶିକ୍ଷକଙ୍କ ମୃତ୍ୟ ହୋଇଛି। ମୃତକ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ ଥିଲେ । ସେପଟେ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।