ରାବଣପୋଡିରେ ଅଫୁଟା ଥିବା ବାଣ ଫୁଟାଇ ବାଳକ  ଗୁରୁତର

ରାଜନଗର : ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳରେ ଅନୁଷ୍ଠିତ ହୋଇଥିଲା ରାବଣ ପୋଡି। ରାବଣ ପୋଡି ବ୍ୟବହାର ବାଣ ମଧ୍ୟରୁ କିଛି ବାଣ ଅଫୁଟା ରହିଯାଇଥିଲା। ଅଫୁଟା ବାଣକୁ ଚାନ୍ଦିବାଉଁଶମୂଳ ପଂଚାୟତ ଅନ୍ତର୍ଗତ ଜରିମୂଳ ବଜାରର ରଞ୍ଜନ ରାଉତଙ୍କ 12 ବର୍ଷର ପୁଅ ଶିବଶଙ୍କର ରାଉତ ସଂଗ୍ରହ କରି ଫୁଟାଇବା ବେଳେ ଶିବଶଙ୍କର ଗୁରୁତ୍ୱର।ସୂଚନାଯୋଗ୍ୟ ଗତକାଲି ଦିନପ୍ରାୟ 12 ଟା ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶିବଶଙ୍କର ଗୁରୁତ୍ୱର ଥିବାରୁ ସେ ବର୍ତମାନ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହୋଇଥିବା ସୂଚନା ମିଳିଛି।