ଝରୀଗାଁ (ବସନ୍ତ କୁମାର ସାହୁ) : ଦୀର୍ଘ ୮ କିଲୋମିଟର ଶବକୁ କାନ୍ଧରେ ବହିନେଲେ ପରିବାର ଲୋକେ ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ସରଧାପୁର ଗାଁରେ । ଆଜି ସରଧାପୁର ଗାଁର ଅର୍ଜୁନ ମାଝୀଙ୍କ ସ୍ତ୍ରୀ ଅସୁସ୍ଥ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ଶେଷରେ ଆଜି 9ଟା ସମୟରେ ମୃତ୍ୟୁ ବରଣ କରିଥିଲେ । ପରେ ପରିବାର ଲୋକେ ଶବ ବାହକ ଗଡ଼ିକୁ ଯୋଗାଯୋଗ କରିଥିବା ସ୍ୱତେ ଦୀର୍ଘ ୩ ଘଣ୍ଟା ପରେ ମଧ୍ୟ କୌଣସି ଗାଡ଼ି ଆସିନଥିବା ବେଳେ ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଶବକୁ କାନ୍ଧରେ ବହି ଦୀର୍ଘ ୮ କିଲୋମିଟର ସରଧାପୁର ଗାଁକୁ ନେଇଥିଲେ ।