ଭୁବନେଶ୍ୱରହରେ ପହଞ୍ଚିଲେ ଶହୀଦ ଯବାନଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର:  ଆଇଇଡି  ବିସ୍ଫୋରଣରେ   ସହିଦ ହୋଇଥିବା ଯବାନଙ୍କ ପାର୍ଥିବ ଶରୀର ଏବେ ଭୁବନେଶ୍ୱର ବିମାନ ବନ୍ଦରରେ  ଆସି ପହଞ୍ଚିଛି ।  ସହିଦ ଯବାନଙ୍କୁ ବିଏସଏଫର ବରିଷ୍ଠ ଅଧିକାରୀ ଓ କମିଶନରେଟ ପୁଲିସର ବରିଷ୍ଠ ଅଧିକାରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ତାଙ୍କ ପାର୍ଥିବ ଶରୀର ପୈତୃକ ଗାଁକୁ ନିଆଯିବ। ଛତିଶଗଡରେ ଆଇଇଡି ବିସ୍ଫୋରଣରେ ସୀମା ସୁରକ୍ଷା ବଳରେ କାର୍ୟ୍ୟରତ ଜଣେ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଆଳ ଶହୀଦ ହୋଇଛନ୍ତି। ସାଧାରଣ ନିର୍ବାଚନ ପାଇଁ ମାଲକାନଗିରି ସୀମାନ୍ତ ସୁକ୍ମା ଜିଲ୍ଲାର ତୋଣ୍ଡମାରକା କ୍ୟାମ୍ପ ଅଞ୍ଚଳରେ ଭୋଟ ଗ୍ରହଣ ଦଳକୁ ସୁରକ୍ଷା ଦେଉଥିବା ବେଳେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ସେ ବିସ୍ଫୋରଣରେ ଗୁରୁତର ଭାବେ ଆହତ ହେବା ପରେ ଚିକିତ୍ସା କରାଯାଉଥିଲା କିନ୍ତୁ ଗତ ରାତି ପ୍ରାୟ ୮ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶହୀଦ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ଶିଆଳଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗ୍ରାମରେ  ବୋଲି କୁହାଯାଉଛି ।