ଭରା ନଦୀରେ ଭାସି ଯାଉଥିବା ବେଳେ ମହିଳାଙ୍କ ମୃତଦେହ ଉଦ୍ଧାର…

ଭରା ନଦୀରେ ଭାସି ଯାଉଥିବା ବେଳେ ମହିଳାଙ୍କ ମୃତଦେହ ଉଦ୍ଧାର। ଶରତ ଥାନା ଅଞ୍ଚଳରୁ ଆସିଛି ଏଭଳି ଘଟଣା। ଶରତ ଥାନା ଶୁଖୁଆପଟା ଗ୍ରାମ ନିକଟରେ ପ୍ରବାହିତ ବଡ଼ ନଦୀରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଆଜି ପୋଲିସ ଖବର ପାଇଥିଲା। ଭରା ନଦୀରେ ମୃତଦେହ ଭାସୁଥିବା ଖବର ପାଇ ପୋଲିସ ସହିତ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଭାସି ଯାଉଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଥିଲେ। ଉଦ୍ଧାର ମୃତ ଦେହ ଜଣେ ମହିଳାଙ୍କ  ର ହୋଇଥିବା ବେଳେ ତାଙ୍କ ନାମ ଦଶମା ଦେଇ। ବାଗଦଫା ଗ୍ରାମର ଦଶମା ଦେଇ ଗତ ମଙ୍ଗଳବାର ଠାରୁ ନିଖୋଜ ଥିବା ବେଳେ କେମିତି ସେ ନଦୀରେ ପଡିଲେ ତାହାକୁ ନେଇ ଉଠିଛି ପ୍ରଶ୍ନ। ସେପଟେ ଗୁଣି ଗାରେଡି ସନ୍ଦେହ ରୁ ତାଙ୍କୁ ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।