ସୁରକ୍ଷିତ ଉଦ୍ଧାର ହେଲା ଚିଲିକାରେ ଫସିଥିବା ଡଙ୍ଗା

ଚିଲିକା: ଦେଢ ଘଣ୍ଟା ପରେ ମଝି ଚିଲିକାରୁ ସୁରକ୍ଷିତ ଉଦ୍ଧାର । ସାତପଡା ଚିଲିକାରେ ଫସିଥିବା ଡଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହଯୋଗରେ ସେମାନଙ୍କୁ ଜହ୍ନିକୁଦା ଘାଟରୁ ଉଦ୍ଧାର କରାଯାଇଛି । ଯାତ୍ରୀ ବାହୀ ଡଙ୍ଗାର ମେସିନ ଖରାପ ହୋଇଥିଲା । ଫଳରେ ଚିକିକା ମଝିରେ ଫସିଥିଲେ ୨୫ରୁ ଅଧିକ ଯାତ୍ରୀ । ଡଙ୍ଗାରେ ଯାତ୍ରୀଙ୍କ ସହ ୧୦ଟି ବାଇକ ବି ରହିଥିଲା । ସାତପଡାରୁ ଯାତ୍ରୀଙ୍କୁ ନେଇ ସକାଳ ସାଢେ ୧୦ଟାରେ ଡଙ୍ଗାଟି ଜହ୍ନିକୁଦା ଅଭିମୁଖେ ଯାଉଥିଲା । ଏତିକିବେଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ମଏଁସା ଗାଁ ନିକଟ ଚିଲିକା ମଝିରେ ଅଟକି ଯାଇଥିଲା ।