କାଲି ମୁଖ୍ୟମନ୍ତ୍ରୀଙ୍କୁ କଳାପତକା ଦେଖାଇବ ବିଜେପି

ଭୁବନେଶ୍ୱର : କାଲି ବିଜେପି ନବୀନ ନିବାସ ଅଭିମୁଖେ ବାହାରି କଳାପତକା ପଦର୍ଶନ କରିବ । ଆସନ୍ତାକାଲି କଳାହାଣ୍ଡି ଗସ୍ତକୁ ବିରୋଧ କରିବ ବିଜେପି । କଳାହାଣ୍ଡିକ ଝିଅ ମମିତାଙ୍କୁ ନ୍ୟାୟ ଦାବିରେ ବିରୋଧ କରିବ ବିଜେପି । ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କରିବ ବିକ୍ଷୋଭ ଓ ପ୍ରତିବାଦ । ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବରୁ ଭୁବ ନେଶ୍ୱର ଜିଲ୍ଲା ବିଜେପି କଳାପଦର୍ଶନ କରିବା ପାଇଁ ଚେତାବନୀ ଦେଇଛି ।
ଆସନ୍ତାକାଲି ସକାଳ ୮.୩୦ରୁ ଜିଲ୍ଲା ବିଜେପିର ଏକ ରାଲି ରାଜମହଲ ଛକରୁ ବାହାରି ନବୀନ ନିବାସ ଅଭିମୁଖେ ଯାଇ କଳାପତକା ପ୍ରଦର୍ଶନ କରିବ । ଭୁବ ନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ସୂଚନା ଦେଇଛନ୍ତି ।
ଅନ୍ୟପଟେ ମମିତାଙ୍କୁ ନ୍ୟାୟ ଦାବିରେ କାଲି ଜନତା କର୍ଫ୍ୟୁ ପାଇଁ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ଅପିଲ କରିଛନ୍ତି । ଦିନ ୧୧ଟାରୁ ଘଣ୍ଟାଏ ଲାଗି ଜନତା କର୍ଫ୍ୟୁ ଲାଗି କଳାହାଣ୍ଡିବାସୀଙ୍କୁ ଅପିଲ କରିଛନ୍ତି କଂଗ୍ରେସ ନେତା ଭକ୍ତ ଦାସ । ଘଣ୍ଟାଏ ପାଇଁ ଘରେ ରହି ନିରବ ପ୍ରତିବାଦ କରିବାକୁ ଭକ୍ତ ଦାସଙ୍କ ଅପିଲ୍ ।