ଛତିଶଗଡ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବିଜେପି ସରକାରଙ୍କୁ ଉତ୍ତପ୍ରଦେଶର ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ଟାର୍ଗେଟ କହିଛନ୍ତି ୧୯୭୦ ରେ କଂଗ୍ରେସ ସରକାରଙ୍କ ଦ୍ୱାରା ଚାଲିଥିବା ବନ୍ଧ୍ୟାକରଣକୁ ଯଦି ଜନସଂଘ(ବିଜେପି) ବିରୋଧ ନକରିଥାନ୍ତା ତେବେ ଆଜି ଭାରତରେ ଜନସଂଖ୍ୟା ସ୍ଥିର ଥାନ୍ତା । ବାଘେଲ ଆହୁରି ମଧ୍ୟ କହିଛନ୍ତି କି ଏହି ଜନସଂଖ୍ୟା ବିଧେୟକ କେବଳ ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଏକ ସାଂପ୍ରଦାୟିକତା ଭାବ ଆଣିବା ପାଇଁ ଏହା ଅଣାଯାଇଛି ।
ଜନସଂଖ୍ୟା ଆଇନ ଆଣିବା ପରିବର୍ତ୍ତେ ଜନସାଧାରଣଙ୍କ ମଧ୍ୟରେ ଜନ ସଚେତନତା ଆଣିବା ପାଇଁ ବାଘେଲ କହିଛନ୍ତି । ୧୯୭୦ରେ ନସବନ୍ଦୀ ଡ୍ରାଇଭକୁ ଯଦି ଜନସଂଘ ବିରୋଧ କରିନଥାନ୍ତା ତେବେ ଆଜି ଜନସଂଖ୍ୟା ନିୟନ୍ତ୍ରଣ ହୋଇସାରିଥାନ୍ତା ବୋଲି ରାୟପୁର ଏୟାରପୋର୍ଟ ଠାରେ ବାଘେଲ ଏକ ସାମ୍ବାଦିକଙ୍କୁ ସାକ୍ଷାତକାରରେ କହିଥିଲେ ।