ଭୁବନେଶ୍ୱର : ଉଭୟ ସାଧାରଣ ତଥା ଉପ-ର୍ନିବାଚନରେ କ୍ରମାଗତ ହାରିବା ପରେ ଓଡ଼ିଶା ବିଜେପି ତାହାର ଦୁର୍ବଳ ତଥା ହତୋତ୍ସାହିତ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ହୀନ ପ୍ରୟାସ ଚଳାଇଛି ବୋଲି ଅବିଯୋଗ କରିଛନ୍ତି ଦଳୀୟ ମୁଖପାତ୍ର ଶ୍ରୀ ପ୍ରତାପ ଦେବ । ଶ୍ରୀ ଦେବ କହିଛନ୍ତି ଯେ ଆଜି ବିଜେପି ନେତାଙ୍କ ବିବୃତ୍ତିରୁ ଜଣାପଡିଛି ଯେ ଓଡିଶାର ଶାସନ ତଥା ମଙ୍ଗଳ ପାଇଁ ଓଡିଶା ବିଜେପିର କୌଣସି ପ୍ରତିବଦ୍ଧତା ନାହିଁ । ରାଜ୍ୟ ବିଜେପିର ଓଡ଼ିଶା ବିରୋଧୀ, ଲୋକ ବିରୋଧୀ ଏବଂ ଗରିବ-ବିରୋଧୀ ମୁଖା ଆଜି ରାଜ୍ୟ ବାସୀଙ୍କ ଆଗରେ ଖୋଲିଯାଇଛି ଏବଂ ଓଡ଼ିଶାବାସୀ ଆଗାମୀ ଦିନରେ ରାଜ୍ୟ ବିଜେପିକୁ ଏହାର ଦୃଢ ଜବାବ ଦେବେ । ଏତେ ତଳକୁ ଖସିଯାଇଛି ଯେ ସେଥିପାଇଁ ଓଡିଶାର ସାଢେ ୪କୋଟି ଲୋକ ସେମାନଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ଦେବ କହିଛନ୍ତି ।