ବ୍ୟୁରୋ: ରାଜ୍ୟରେ ହ୍ରାସ ପାଉଛି ମହିଳା ସନ୍ତାନ । ପୁତ୍ର ସନ୍ତାନ ପ୍ରତି ଅଧିକ ଦୁର୍ବଳତା ହେଉନି ତ କାରଣ? ନା ନିଃସନ୍ତାନ ହୋଇ ସ୍ୱରଧୀନ ଜୀବନ ବଂଚିବାକୁ ଚାହୁଛନ୍ତି କି ଦମ୍ପତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁସାରେ ବର୍ଷକୁ ବର୍ଷ ଶିଶୁ ଜନ୍ମ ହାର ହ୍ରାସ ପାଉଛି । ହେଲେ ବାପା ମାଆ ମାନେ ପୁଅ ଜନ୍ମକୁ ଅଧିକ ପ୍ରଧାନ୍ୟ ଦେଉଛନ୍ତି । ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଚାହୁଁଛନ୍ତି ପୁତ୍ର ସନ୍ତାନ । ୭୮ ପ୍ରତିଶତ ମହିଳା ଓ ୭୨ ପ୍ରତିଶତ ପୁରୁଷଙ୍କ ପୁତ୍ର ସନ୍ତାନ ପ୍ରତି ଦୁର୍ବଳତା ରହିଛି ।ଗୋଟିଏ କିମ୍ବା ଦୁଇଟି ପୁଅ ଥିଲେ ୯୫ ପ୍ରତିଶତ କହିଳା ଆଉ ସନ୍ତାନ ଚାହାନ୍ତି ନାହିଁ ।
ଉଭୟ ପୁରୁଷ ଓ ମହିଳାଙ୍କ ବନ୍ଧ୍ୟାକରଣ ବ୍ୟବସ୍ଥା ରହିଛି । ହେଲେ ଆଜି ବି ମାତ୍ର ଶୂନଦଶମିକ ୩ପ୍ରତିଶତ ପୁରୁଷ ବନ୍ଧ୍ୟାକରଣ ପଦ୍ଧତି ଗ୍ରହଣ କରୁଚନ୍ତି । ବିଶେଷଜ୍ଞଙ୍କ ମତରେ ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବାରେ ଲାଗିଛି । ମୋବାଇଲ, ଧୂମପାନ ,ନିଶାଦ୍ରବ୍ୟର ମାତ୍ରଧିକ ବ୍ୟବହାର ଓ ମାନସିକ ଚାପର କାରଣ ହେଉଛି ମୁଖ୍ୟ କାରଣ । ଏହା ସହ ପୁରୁଷମାନେ ଏପରି ଖାଦ୍ୟ ଖାଉଛନ୍ତି ଯାହାକି ସେମାନଙ୍କ ପ୍ରଜନନ କ୍ଷମତାକୁ ହ୍ରାସ କରୁଛି । ସେହିପରି ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇବାରେ ଲାଗିଛି । ଏହାର କାରଣ ହେଉଛି ଜୀବନ ଶ÷ଳୀ ଓ ଜଳବାୟୁ ର ପରିବର୍ତ୍ତନ । ଏମିତି କାରଣରୁ ସନ୍ତାନଙ୍କ ଜନ୍ମହାର ହ୍ରାସ ପାଇବାରେ ଲାଗିଛି । ତେବେ ଯଦି ଏମିତି ଚାଲେ ତେବେ ବହୁତ କମ୍ ଦିନରେ ଲୋପ ପାଇପାରେ ସନ୍ତାନ ଜନ୍ମ ।