କଟକ ସଦର ଅନ୍ତର୍ଗତ ମହାପୁରୁଷ ହଜରତ୍ ମହମ୍ମଦ୍ ଙ୍କ ଜନ୍ମ ଦିନକୁ ମୁସଲମାନ ଭାଇ ଓ ଭଉଣୀମାନେ ଜସନେ ଇଦ୍ ଏ ମିଲାଦୁନ୍ ନବୀ ନାମରେ ପାଳିତ କରିଆସୁଛନ୍ତି। କଟକ ସଦର ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜୁଲୁସ୍, ନାତଖାନୀ, ଲଙ୍ଗରଖାନୀ ଆଦି ଅନୁଷ୍ଠିତ ହୋଇଥିଲା। ଭାଇଚାରାର ବାର୍ତା ପ୍ରଦାନ ପାଇଁ ଅପରାହ୍ନରେ ଗଡମା ବଜାର ଠାରୁ ଏକ ହଜାରରୁ ଉର୍ଦ୍ଧ୍ଵ ମୋଟର ସାଇକେଲରେ ଏକ ବଡ ଧରଣର ଶୋଭାଯାତ୍ରା ରେ ଥୋରିଆପଡ଼ା, ଗଡମା, ପ୍ରହରାଜପୁର, ପୋଖରୀ ହୁଡ଼ା, ବାଲିଶୁକ୍ରି, ସାମନ୍ତରାପୁର, ସିର୍ଲୋ ଗ୍ରାମବାସୀ ମାନେ ସାମିଲ ହୋଇଥିଲେ, ରୁସ୍ତମ ମହମ୍ମଦ, ଆଶିଫ୍ ଅଲ୍ଲୀ ଖାନ୍, ଅବଦୁଲ ୱାହିଦ୍ ଖାନ୍, ଫିରଦୋଷ ହୁସେନ, ମିର୍ଜା ସିରାଜ୍ ବେଗ, ଅବଦୁଲ ବୁରହାନ ଙ୍କ ନେତୃତ୍ୱରେ ଶୋଭାଯାତ୍ରା ବାହାରି ପ୍ରହରାଜପୁର କିଶନ ନଗର ଦେଇ ସୋମପୁର୍ ଠାରେ ପହଞ୍ଚିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କିଶନ ନଗର ଥାନା ଆଇଆଇସି ଦୁର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ଡିଏସପି ନିରଞ୍ଜନ ଶବର ଙ୍କ ସହିତ ପୋଲିସ ବଳ ସଜାଗ ରହିଥିଲେ। ଏହି ଅବସରରେ ପୋଲିସ ଅଧିକାରୀ , ଗଣମାଧ୍ୟମ ପ୍ରତିନିଧି ଓ ସମାଜ ସେବୀ ରୋସନ୍ ରଥ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।