କାଲିମେଳା: ଶୁରୁଖୁରୁରେ ସମାପ୍ତ ହୋଇଯାଇଛି ମହାବିଷୁବ ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବରେ ପାଳନ କରାଯାଏ । ସାଧାରଣତଃ ବୈଶାଖ ୧ ଅର୍ଥାତ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭରେ ପଡିଥାଏ । ଓଡିଆ ପରମ୍ପରାରେ ଏହି ଦିନକୁ ପ୍ରଟିତି ଓଡ଼ିଆ ପାଳନ କରିଥାଏ । ଏହି ଦିନ ମଧ୍ୟ ଭଗବାନ ହନୁମାନଙ୍କ ଜନ୍ମଦିନ ଅର୍ଥାତ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଉପଲକ୍ଷେ ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଏମଭି ୭୯ ଅଞ୍ଚଳ ରେ ଥିବା ମହାବୀର ହନୁମାନ ମନ୍ଦିର ଠାରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ଜୟନ୍ତୀ ପାଇଁ କମିଟି ପକ୍ଷରୁ ଧାଡ଼ି ଦର୍ଶନ ବ୍ୟବସ୍ତା କରାଯିବା ସହ ସ୍ଥାନୀୟ ସ୍ବେଛାସେବୀ ମାନଙ୍କୁ ଶାନ୍ତି ଶୃଙ୍ଖଳା ଦାୟିତ୍ବରେ ନିୟୋଜିତ କରାଯାଇଥିଲା। ଭୋଗ ପାଇଁ ପ୍ରତ୍ୟକ୍ଷ ବ୍ୟବସ୍ତା କରାଯାଇଥିଲା।ଅନୁଷ୍ଠାନ ରେ ସ୍ଥାନୀୟ ଏମଭି ୭୯ ର ଯୁବଗୋଷ୍ଠୀ ଭିଡ ନିୟନ୍ତ୍ରଣ କରିବା ସହ ଭୋଗ ବାଣ୍ଟିବା ଦାୟିତ୍ଵ ସମ୍ପର୍ଣ୍ଣ କରିଥିଲେ। କମିଟି କର୍ମକର୍ତ୍ତା ଓ ବହୁ ବରିଷ୍ଠ ବୁଦ୍ଧିଜିବୀ ମାନେ ପରିଚାଳନା ଦାୟିତ୍ବ ତୁଲାଇ ଥିଲେ।