ହିଞ୍ଜିଳି (ରଜନୀକାନ୍ତ ପାତ୍ର )ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କଞ୍ଚୁରୁ – ଦୁର୍ବନ୍ଧ ମଧ୍ୟବର୍ତ୍ତୀ ରାସ୍ତାରେ ବାଇକ୍ ଦୂର୍ଘଟଣାରେ ବାଇକ୍ ଆରୋହୀ ମୃତ। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ କେଉଟ ସାହିର ଶଙ୍କର ବେହେରା (୩୪) ସୂଚନା ମୁତାବକ ଗତ କାଲି ତାଙ୍କର ବାଇକ ହିଞ୍ଜିଳି ଅଭିମୁଖେ ଆସିବା ସମୟ ରେ ଗଛକୁ ବାଇକ କୁ ନେଇ ଧକା ହୋଇଥିଲା ସେ ସେଠୁ ରାସ୍ତା କଡ଼ କାଦୁଅ ବିଲ ଭିତରେ ପଡି ଯାଇଥିଲେ ଆଜି ସକାଳେ ସେଇ ବାଟ ଦେଇ ବାଟୋଇ ଯିବା ସମୟ ଦେଖି ବେଲଗାଁ ଥାନା କୁ ଖବର ଦେଇଥିଲେ ବେଲଗାଁ ଥାନା ଅଧିକାରିଣୀ ଘଟଣା ସ୍ଥଳରେ ପହଂଚି ଅପ ମୃତ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ପଠାଇ ଥିବା ଖବର ମିଳିଛି ଶବ ବ୍ୟବଛେଦ ର ରିପୋର୍ଟ ଆସିଲା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ବେଲଗାଁ ଥାନା ଅଧିକାରିଣୀ କହିଛନ୍ତି