ପାରାଦୀପ :ପିପିଏଲ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହାଇୱା ଧକ୍କାରେ ବାଇକ ଆରୋହୀ ମୃତ। ମୃତକ ବ୍ୟକ୍ତି ଜଣକ କୁଜଙ୍ଗ ବାଲିତୁଠ ଅଞ୍ଚଳର ବାବାଜୀ ଅଚାର୍ୟ୍ୟ ବୋଲି ଜଣା ପଡିଛି। ବାବାଜୀ ଆଜି ନିଜ କାର୍ୟ୍ୟସ୍ଥଳରୁ ନିଜ ଘରକୁ ଯିବା ସମୟରେ ଦୃତ ଗତିରେ ଯାଉଥିବା ହାଇୱା ଗାଡି ବାଇକ ଆରୋହି ଙ୍କ ଉପରେ ଚଢିଯାଇଥିଲା। ତେବେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଘଟଣା ସ୍ଥଳରେ ବାଇକ ଆରୋହୀର ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣା ସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ ପଂହଚି ମୃତ ଦେହକୁ ଉଦ୍ଧାର କରିଥିବା ବେଳେ ହାଇୱା ଗାଡିକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରୁଛି।