ସୁବର୍ଣ୍ଣପୁର/ ଓମ ପ୍ରକାଶ ମିଶ୍ର : ପୁଣି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ କୁ ଧକ୍କା ଦେଲା କାର ଫଳରେ ଚାଲିଗଲା ବାଇକ ଆରେହିଙ୍କ ଜୀବନ । ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରର ମହାନଦୀ ନିକଟ ରିଙ୍ଗ ରୋଡ ନିକଟରେ । ଏକ ବାଇକ ଚାଳକକୁ ଧକ୍କା ଦେଇଛି କାର ।
ସୂଚନା ଅନୁଯାୟୀ, ମୃତ ବାଇକ ଚାଳକ ଜଣଙ୍କ ସୋନପୁର ସହର ମାଲୀପଡାର ସନ୍ତୋଷ କୁମାର ଗୁରୁ ।ସେ ଜିଲ୍ଲା ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା କୁହାଯାଉଛି । ତେବେ କାର୍ଯ୍ୟ ସାରି ଘରକୁ ଫେରୁଥବବା ସମୟରେ ଏଭଳି ଦୁର୍ଘଟରା ଘଟି ଥିବା କୁହାଯାଉଛି । ତେବେ ଦୁର୍ଘଟରା ପରେ ତାଙ୍କୁ ସ୍ଥାନିୟ ଲୋକେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ସେଠାରେ ମୁଖ୍ୟଚିକିତ୍ସାଳୟର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ନେଇ ସୂଚନା ପାଇବା ପରେ ସୋନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।