ପୁରୀ: ଆଜି ହେଉଛି ପବିତ୍ର ବାହୁଡା ଯାତ୍ରା । ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମଉସୀ ମାଙ୍କ ଘରେ ଶ୍ରୀଜିଉ ବଡ ଭାଇ ବଳରାମ ଗେହ୍ଲି ଭଉଣୀ ସୁଭଦ୍ରାଙ୍କୁ ଧରି ପୋଡପିଠା ଖାଇଛନ୍ତି ବ୍ରହ୍ମାଣ୍ଡ ଠାକୁର । ବଡ ଦେଉଳକୁ ଫେରିବେ ତିନି ଠାକୁର । ତେଣୁ ଶରଧାବାଲି ସୁସଜ୍ଜିତ ହୋଇଛି । ରଥାରୁଢ ହୋଇ ହୋଇଛନ୍ତି ଚତୁର୍ଦ୍ଧା ମୁରତୀ । ପ୍ରଥମେ ଗଡିଲା ବଳରାମଙ୍କ ତାଳଧ୍ୱଜ ରଥ ତାପରେ ମା ସୁଭଦ୍ରାଙ୍କ ରଥ ଦେବଦଳନ ଶେଷ ରେ ଗଡିଲା କାଳିଆର ଦନ୍ଦିଘୋଷ ରଥ । ଏହି ତିନି ରଥ ଗଡିବା ଆରମ୍ଭ ହୋଇଗଲାଣି ।ଧୀରେ ଧୀରେ ଗଡୁଛି ରଥ । ରଥ ଟାଣୁଛନ୍ତି ଲକ୍ଷ ଲକ୍ଷ ଭକ୍ତ । ହରିବୋଲ ହୁଳହୁଳି , ଘଣ୍ଟଘଣ୍ଟା ଧୋନିରେ ପ୍ରକମ୍ପତ ହେଉଛି ଶରଧାବାଲ ।